ଓଡ଼ିଶା ସମାଚାର

ଧାନରେ ଲେଡ଼ା ପୋକ ଲାଗିଥିବା ଅଂଚଳକୁ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ଗସ୍ତ

ଧାନରେ ଲେଡ଼ା ପୋକ ଲାଗିଥିବା ଅଂଚଳକୁ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ଗସ୍ତ

July 15
06:47 2017

କୁଚିଣ୍ଡା, ୧୫/୦୭/୨୦୧୭(ଓଡ଼ିଶା ସମାଚାର)- କୁଚିଣ୍ଡା ଅଂଚଳରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବିଳମ୍ବିତ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବ ହୋଇଥିବା ବେଳେ ବର୍ତମାନ ଧାନ ଗଛରେ ଲେଡ଼ା ପୋକ ଲାଗିଛି । କୁଚିଣ୍ଡା ବ୍ଲକର ପ୍ରାୟ ସମସ୍ତ ଅଂଚଳରେ ଧାନ ଗଛରେ ଲେଡ଼ା ପୋକ ଲାଗିଥିବାରୁ ଶହ ଶହ ଏକଡ଼ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । କୁଚିଣ୍ଡା ବ୍ଲକର ବକ୍ସମା, ଚନ୍ଦନୀମାଲ, ପାରୁଆଭାଡ଼ି, କୁଟୁରାଚୂଆଁ, କୁଲେଇଗଡ଼, ଖଣ୍ଡୋକଟା ଆଦି ଗ୍ରାମ ପାୟତ ଏହା ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳୁଛି । ଏହି ସୂଚନା ପାଇବା ପରେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷା ତିଳୋମା ନାୟକ ଏବଂ ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର କିଶାନ ସଂପୃକ୍ତ ଅଂଚଳକୁ ଗସ୍ତ କରି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ବେଳେ ଚାଷୀମାନଙ୍କର ଏହି ବିପଦ ବେଳେ କୃଷି ବିଭାଗ ନୀରବ ରହୁଥିବା ଏପରିକି କୃଷି ଗ୍ରାମସେବକ ମାନେ ନିୟମିତ ଭାବେ କ୍ଷତିଗ୍ରସ୍ତ ଅଂଚଳକୁ ଆସୁନଥିବା ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

two × five =