ରାଜ୍ୟସ୍ତରୀୟ ଚୁଲିମୁଣ୍ଡ ଲୋକଗଳ୍ପ ମହୋତ୍ସବ

ଭୁବନେଶ୍ୱର,୨୭/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ଚୁଲି ମୁଣ୍ଡ ଲୋକ ଗଳ୍ପ ମହୋତ୍ସବ ବୁଦ୍ଧ ମନ୍ଦିର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ ।  ରାଜ୍ୟସ୍ତରୀୟ ଲୋକ ଗଳ୍ପ ପଠନ ଓ ଆଲୋଚନାଚକ୍ର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା ।କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା ।

 ପ୍ରଫେସର ଡ଼କ୍ଟର ପ୍ରସନ୍ନ କୁମାର ସ୍ବାଇଁ, କୁଳପତି ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର ମହୋତ୍ସବକୁ ଉଦ୍ଘାଟନ କରି ଲୋକ ଗଳ୍ପ ସାହିତ୍ୟର ସ୍ପନ୍ଦନ ବୋଲି ମତବ୍ୟକ୍ତ କରିଥିଲେ ।  ମୁଖ୍ୟ ଅତିଥି ,ଶ୍ରୀ ଦିଲୀପ ରାଉତରାୟ, ଆଇ.ଏ.ଏସ ( ନିର୍ଦ୍ଦେଶକ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ) ଲୋକ ଗଳ୍ପ ଅଧିକ ଲେଖା ହେଲେ ସାହିତ୍ୟ ସମୃଦ୍ଧ ହେବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାଶ ଯୋଗଦେଇ ଲୋକ ଗଳ୍ପର ଇତିହାସ ଉପରେ ଆଲୋକପାତ କରିଥିଲେ । ପ୍ରଫେସର ଡ଼କ୍ଟର ସୁଲୋଚନା ଦାସ ଲୋକ ଗଳ୍ପ ପାଠକକୁ ସ୍ବପ୍ନ ଦେଖିବାକୁ ପ୍ରେରଣା ଦେଇଥାଏ ।

ମୁଖ୍ୟ ବକ୍ତା ଡ଼କ୍ଟର କୈଳାଶ ଚନ୍ଦ୍ର ତ୍ରିପାଠୀ, ଲୋକ ଗଳ୍ପ ଚରିତ୍ର ପରିବର୍ତ୍ତନର ମାଧ୍ୟମ ବୋଲି ବ୍ୟାଖ୍ୟା କରିଥିଲେ । ସମ୍ମାନିତ ବକ୍ତା ଭାବେ ଇଁ ଅଜୟ ମହାପାତ୍ର , ବିଶିଷ୍ଟ ଗାଳ୍ପିକ ଏବଂ ସୁରେନ୍ଦ୍ରନାଥ ତ୍ରିପାଠୀ ଯୋଗଦେଇଥିଲେ ।

ସମ୍ମାନିତ ଅତିଥି ଭାବେ  ଡଃ ସ୍ନେହାଶ୍ରୀ ସ୍ୱାଇଁ, ଗାଳ୍ପିକା ଏବଂ ଶ୍ରୀ ଲଳିତେନ୍ଦୁ ପଲାଉରି, ସ୍ତମ୍ଭକାର ଓ ଗାଳ୍ପିକ ଯୋଗଦେଇ ଚୁଲିମୁଣ୍ଡକୁ ନେଇ ସୁନ୍ଦର ଗଳ୍ପର ଅବତାରଣା କରିଥିଲେ ।  ଡ଼କ୍ଟର କୈଳାଶ ଚନ୍ଦ୍ର ତ୍ରିପାଠୀଙ୍କ  “ଅନୁଚିନ୍ତା ପରିଣତ ବୟସର” , ଗାଳ୍ପିକ ଅଜୟ କୁମାର ପଣ୍ଡାଙ୍କ “ବିନ୍ଦୁଏ କାକର” ଏବଂ ଗଣପତି ସ୍ୱାଇଁଙ୍କ “ଦିବ୍ୟ ଝଙ୍କାର “ର ଶୁଭ ଉନ୍ମୋଚନ କରାଯାଇଥିଲା । ନୃତ୍ୟଶିଳ୍ପୀ ଜ୍ୟୋତି ପ୍ରଜ୍ଞା ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ପଚାଶ ଜଣ ଗାଳ୍ପିକ ଏବଂ ଗାଳ୍ପିକା ସ୍ଵ ରଚିତ ଲୋକଗଳ୍ପ ଚମତ୍କାର ଶୈଳୀରେ ପଠନ କରିଥିଲେ ଏବଂ ନୀତିଶିକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । କଣ୍ଠ ଶିଳ୍ପୀ ଅଶୋକ କୁମାର ବେହେରା ଏବଂ କଣ୍ଠଶିଳ୍ପୀ ଗୋଲାପ ସାହୁ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ । ପ୍ରଥମ ଅଧିବେଶନରେ ସାହିତ୍ୟିକା ଜୟଶ୍ରୀ ପଟ୍ଟନାୟକ ଏବଂ ଦ୍ଵିତୀୟ ଅଧିବେଶନରେ ସୁଭବ୍ରତ ମହାପାତ୍ର , ଜୟଶ୍ରୀ ମୁଦ୍ରା ଓ  ସୁଶ୍ରୀ ସଙ୍ଗୀତା ମଞ୍ଚ ପରିଚାଳନା କରିଥିଲେ । ଗାଳ୍ପିକ ଅଜୟ ମହାପାତ୍ରଙ୍କୁ ରାଜ୍ୟସ୍ତରୀୟ ଗଳ୍ପରତ୍ନ ସମ୍ମାନ ଏବଂ ଯୁବ ଗାଳ୍ପିକ ଲଳିତ କୁମାର ସ୍ୱାଇଁଙ୍କୁ ରାଜ୍ୟସ୍ତରୀୟ ଗଳ୍ପ ଗୌରବ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । ଡ଼କ୍ଟର କୈଳାସ ଚନ୍ଦ୍ର ତ୍ରିପାଠୀ ଏବଂ ଡ଼କ୍ଟର ସୁକାନ୍ତି ମହାପାତ୍ରଙ୍କୁ ରାଜ୍ୟସ୍ତରୀୟ ସାହିତ୍ୟ ରତ୍ନ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । ଦୁଇ ଶହରୁ ଉର୍ଦ୍ଧ ଗାଳ୍ପିକ ଏବଂ ଗାଳ୍ପିକାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉପଦେଷ୍ଟା ବିପିନ ବିହାରୀ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *