ବିପିଏନସଆଇ ଓ ଟାଟା ଷ୍ଟିଲ ପ୍ରତିଷ୍ଠାନର ଶିଳ୍ପ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ବିଜୁ ପଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଆନୁକୁଲ୍ୟରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ସମ୍ମୀଳନୀ କକ୍ଷରେ ଏକ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏକ ଶୈକ୍ଷିକ ପରିବେଶରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଟା ଟା ଷ୍ଟିଲର ଇଂଜିନିୟର ମାନେ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଇସ୍ପାତ ଶିଳ୍ପର ଆବଶ୍ୟକତାକୁ ଉପସ୍ଥାପନ କରିଥିଲେ । ଇସ୍ପାତ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ପ୍ରିତମ ପୁରକାୟସ୍ଥ ସ୍ୱାଗତ ଭାଷଣ ଦେଇ ଅନୁଷ୍ଠାନର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଅବଗତ କରିଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ଅମିତେଶ ସିହ୍ନା ପୂର୍ବତ୍ତନ ଉପାଧ୍ୟକ୍ଷ ଆରତୀ ଷ୍ଟିଲ,ଫେରୋଏଲୋଏଜ ପ୍ରଡ଼କ୍ସନର ସଷ୍ଟନେବେଲିଟି ସମ୍ବନ୍ଧୀୟ ତଥ୍ୟ  ଟା ଟା ଷ୍ଟିଲର ଇଂଜିନିୟର ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଲେ ଥିଲେ ଓ ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଡ଼ଃ ସୀମନ୍ତ ମହାନ୍ତି ଇମୋସନାଲ ଇଣ୍ଟେଲିଜେନ୍ସ ସମ୍ବନ୍ଧୀୟ ଦୀକ୍ଷାନ୍ତ ଭାଷଣ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ଵର ସ୍ଥିତ  ବିରୋଅଫ୍ ଇଣ୍ଡିଆନ ସ୍ଟାଣ୍ଡାର୍ଡ଼ ର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ କୁମାର ପୁରୋହିତ ଫେରୋଏଲୋଏଜ ସମ୍ବନ୍ଧୀୟ ବି.ଆଇ.ଏସ୍ ଓ ଏଚ ଏସ୍ କୋଡ୍ ସମ୍ବନ୍ଧୀୟ ତତ୍ତ୍ଵ ପ୍ରଦାନ କରିଥିଲେ । ଶେଷରେ ବିଜୁ ପଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ପ୍ରିତମ ପୁରକାୟସ୍ଥ ଧନ୍ୟବାଦ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ପ୍ରଶିକ୍ଷାର୍ଥୀ ମାନଙ୍କୁ ସାର୍ଟିଫିକେଟ୍ ବିତରଣ କରିଥିଲେ ।

Leave a Reply

Your email address will not be published. Required fields are marked *