ଓଡ଼ିଶା ସମାଚାର

ତେଣ୍ଡାକୁଡା ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ

ତେଣ୍ଡାକୁଡା ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ

July 13
21:05 2017

ପାଟକୁରା,୧୩/୦୭/୨୦୧୭(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ତେଣ୍ଡାକୁଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟିର ଏକ ବୈଠକ ସମିତିର ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଝାଡୁଦାରର ଦୈନିକ ମଜୁରି ପାଇବା ପାଇଁ ବ୍ୟୟ ବରାଦ, ଅଟୋ କ୍ଲିନ୍, ୱେଷ୍ଟ କଲର୍ ବିମ୍, ଚାରି ରଙ୍ଗର ପଲିଥିନ୍ କ୍ରୟ କରିବା, ନୂତନ ଆଉଟ୍ଡୋର ଗୃହ ବ୍ୟବହାର ହେବା, ସାଂସଦଙ୍କ ପାଣ୍ଠିରୁ ଲଗାଯାଇଥିବା ପାନୀୟ ଜଳ ବ୍ୟବସ୍ଥାକୁ ଶୀଘ୍ର ଚାଲୁକରିବା, ଡାକ୍ତରଖାନାର ବର୍ଯ୍ୟବସ୍ତୁ ପରିଚାଳନା ଠିକ୍ ଭାବରେ କରିବା, ସ୍ୱାସ୍ଥ୍ୟକେନ୍ଦ୍ରକୁ ଠିକ୍ ଭାବେ ବିଦୁ୍ୟତ୍ ଯୋଗାଣ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥି ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ଡ୍ରେସର ପଦବୀ ପୂରଣ, ଷ୍ଟାଫ୍ କ୍ୱାର୍ଟରର ମରାମତି, ପାଚେରୀ ନିର୍ମାଣ, ଗାଡିରଖିବା ଗୃହ ନିର୍ମାଣ ଆଦି କାର୍ଯ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ଗରଦପୁର ବିଡିଓ ତଥା ସମିତିର ଉପାଧ୍ୟକ୍ଷ ଧରଣୀଧର ବେହେରା, ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକତ୍ସାଧିକାରୀ ଡା. ଅକ୍ଷୟ କୁମାର ରଥ, ତେଣ୍ଡାକୁଡା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ରିତ କୁମାର ବେହେରା, ଆୟୁଷ ଡାକ୍ତର ପ୍ରମୋଦ କୁମାର ନାୟକ, ବିପିଏମ୍ ଇପ୍ସିତା ମହାପାତ୍ର, ଫାର୍ମାସିଷ୍ଟ ରବିନାରାୟଣ ସାହୁ, ପିଏଚ୍ଇଓ ସାଗରିକା ଦେବୀ, ନର୍ସ ସୁପ୍ରଭା ପରିଡା ପ୍ରମୁଖ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eight + twelve =