ଜିଲା ପ୍ରଶାସନ ପକ୍ଷରୁ ବିଂଝାରପୁର ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।

ଯାଜପୁର, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ବିଂଝାରପୁର ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଶ୍ରୀ ଅଶୋକ କୁମାର ବେହୁରିଆ, ଊପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ସହକାରୀ ଜିଲାପାଳ ସ୍ୱାଗତିକା ଦାଶ, ବି.ଡି.ଓ., ବିଂଝାରପୁର ଶ୍ରୀ ଦିବ୍ୟେନ୍ଦୁ ଦାସ, ତହସିଲଦାର, ବିଂଝାରପୁର ଶ୍ରୀ କୈଳାସ ଚନ୍ଦ୍ର ମଲ୍ଳ୍ିକ, ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି, ପାଣିକୋଇଲି ଇଂ ପୂର୍ଣ୍ଣ ଚନ୍ଦ୍ର ଦଳାଇ, ଅଧିକ୍ଷଣ ଯନ୍ତ୍ରୀ, ଜଳ ନିଷ୍କାସନ ଖଣ୍ଡ, ଯାଜପୁର ଇଂ ଦିଲିପ ନନ୍ଦନ ମହାପାତ୍ର, ମୁଖ୍ୟ ଜିଲା କୃଷି ଅଧିକାରୀ ଶ୍ରୀ ଉଦିପ୍ତ କୁମାର ତ୍ରିପାଠୀ, ସହକାରୀ ନିର୍ଦ୍ଧେଶକ, ଉଦ୍ୟାନ କୃଷି, ଯାଜପୁର ଶ୍ରୀ ରାଧାଶ୍ୟାମ ବେହେରା, ଅବକାରୀ ଅଧିକ୍ଷକ, ଯାଜପୁର ଶ୍ରୀ ଅମରେନ୍ଦ୍ର କୁମାର ଜେନା, ସହକାରୀ ନିବନ୍ଧକ, ସମବାୟ ସମିତି ଶ୍ରୀ ଶରତ ଚନ୍ଦ୍ର ମଲ୍ଳ୍ିକ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଯାଜପୁର ଶ୍ରୀମତୀ ସବିତା ଚ୍ୟାଊ ପଟ୍ଟନାୟକ, ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା, ଜିଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ରାଉତ, ଜିଲାଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଜିଲା ବେସାମରିକ ଯୋଗାଣ ଅଧିକାରୀ ସେକ୍ ସଲାଉଦ୍ଧିନ ଖାଁ ଓ ଅନ୍ୟାନ୍ୟ ଜିଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୬୦ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୩ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୧୮ ଗୋଟି ଅଭିଯୋଗ ଥିବାବେଳେ ଜିଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୨୦ ଗୋଟି ଅଭିଯୋଗ ଆସିଥିଲା । ଶିବିର ପ୍ରକୋଷ୍ଠରେ ୩୯ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା । ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ଜିଲାର ବରିଷ୍ଠ ପଦାଧିକାରୀବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀ, ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡିକର ତ୍ୱରିତ୍ ସମାଧାନ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *