ଓଡ଼ିଶା ସମାଚାର

ସ୍ୱାଭାବିକ ବର୍ଷା ଚାଷୀକୂଳ ଆନନ୍ଦିତ

ସ୍ୱାଭାବିକ ବର୍ଷା ଚାଷୀକୂଳ ଆନନ୍ଦିତ

ସ୍ୱାଭାବିକ ବର୍ଷା  ଚାଷୀକୂଳ ଆନନ୍ଦିତ
July 13
12:58 2017

ପାଟକୁରା ୧୩/୦୭/୨୦୧୭(ଓଡ଼ିଶା ସମାଚାର)-ଆଷାଢ ମାସ ଶେଷ ପରେ ଦୀର୍ଘ ଦିନ ବ୍ୟବଧାନରେ ରେ ବୁଧବାର ଅପରାହ୍ନରେ ପାଟକୁରା  ଅଂଚଳରେ ସ୍ୱାଭାବିକ ଧାରଣର ବର୍ଷା ହେବା ହେବା ଯାଗୁଁ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଦୀର୍ଘ ଦିନ ହେଲା ସ୍ୱାଭାବିକ ଧରଣର ବର୍ଷା  ହୋଇ ନ ଥିବାରୁ ବୁଣା ଯାଇଥିବା ବିଅଳି ଧାନ ଓ ତଳି ଘେର ଗୁଡିକ ଶୁଖିଯାଇଥିଲା । ବର୍ଷା ହେବା ନେଇ ଚାଷୀମାନେ ଚିନ୍ତିତ ରହିଥିଲେ । ଗତ କିଛି ଦିନ ହେଲା ଖରାର ପ୍ରଭାବରେ ଜମିରେ ପକାଯାଇ ଥିବା ଧାନ ତଳି ଓ ବୁଣାଯାଇଥିବା ବିଅଳି ଧାନ ଗଛ ଗୁଡିକ ଅଗ୍ର ଭାଗରୁ ଶୁଖି ଯିବାକୁ ବସିଥିବାବେଳେ, ଏହି ବର୍ଷା ଚାଷୀକୂଳରେ ଆନନ୍ଦ ଆଣି ଦେଇଛି । ମାସକ ତଳେ ଆସିଥିବା ମୌସୁମୀ ଗତ କିଛି ଦିନ ହେବ  କେଉଁ ଆଡେ ହଜି ଯାଇଥିଲା । ପାଟକୁରା ଅଂଚଳର ଚାଷୀମାନେ ବର୍ଷା ପାଇଁ ଧାନ ତଳି ପ୍ରସ୍ତୁତି କରବାରେ ପଛେଇ ଯାଇଛନ୍ତି । ବର୍ଷା ଚାଷୀମାନଙ୍କୁ ଧୋକା ଦେଇଥିବା ନେଇ  ଚାଷୀମାନେ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଆଗତୁରା ମୌସୁମୀ ଆସୁଥିବାର ସୂଚନା ପାଇବା ଓ ପ୍ରାକ୍ ମୌସୁମୀ ବର୍ଷା ହେବା ପରେ ପରେ ପାଣିପାଗ ଠିକ୍ ରହିବା ଅନୁମାନ କରି ଚାଷୀମାନେ ଆନନ୍ଦିତ ହୋଇ ପଡିଥିଲେ ଓ ପଦ୍ମପୁର,ବେଡାରୀ ଓ ପାଟକୁରା ପଂଚାୟତମାନଙ୍କରେ ବହୁଳ ପରିମାଣରେ  କରାଯାଇଥିତବା ବିଅଳି ଧାନ ବୁଣିବା ସହିତ ଖାଲ ପାଟ ଜମିମାନଙ୍କରେ ଧାନ ବୁଣାବୁଣି କାର୍ଯ୍ୟ ସାରି ଦେଇଥିଲେ । ବର୍ଷା ହେଲେ ଧାନ ତଳି ପ୍ରସ୍ତୁତି କରିବା ପାଇଁ ଚାଷୀମାନେ ଅପେକ୍ଷାରେ ରହିଥିଲେ । ସେହିପରି ମୌସୁମୀର ଆଗମନରେ ଚାଷୀମାନେ ସଅଳ  ଅମଳକ୍ଷମ ବିଅଳି ଧାନ ବିହନ ବୁଣାବୁଣି କରି ଦେବା ସହିତ ଅନେକ ସ୍ଥାନରେ ପାଣି ମଡାଇ ବତୁରି ତଳି ପକାଇ ଦେଇଥିଲେ । ମୌସୁମୀ ପ୍ରବେଶ ସହିତ  ବୁଣା ଯାଇଥିବା ବିଅଳି ଧାନ ଓ ବତୁରି ତଳି ଗଛଗୁଡିକ ମଧ୍ୟ ଉଠିଯାଇଥିଲା । ଅଛରା ତଳି ପାଇଁ ଆବଶ୍ୟକ ବର୍ଷାକୁ  ଚାଷୀମାନେ ଚାହିଁ ବସିଥିଲେ ।  କେତେକ ସ୍ଥାନରେ ବୁଣାଯାଇଥିବା ଧାନ ଗଛ , ବିଅଳି ଓ ଧାନ ତଳିଗୁଡିକ ବର୍ଷାଭାବରୁ ବଢି ପାରୁ ନ ଥିଲା । ଏହି ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ଆଗେଇ ଯିବ ବୋଲି ବରିଷ୍ଟ ଚାଷୀମାନେ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

20 − seven =